
ସ୍ଵାମୀ-ସ୍ତ୍ରୀ କଳହ ପରେ ନିଜକୁ ଅଗ୍ନିଦାହ କଲେ ମହିଳା”
By subhasmita Aug 12 2025
ଢେଙ୍କାନାଳ: ଜୀବନରେ ଦୁଃଖ, ଘରେ କଳହ ଏବଂ ଆର୍ଥିକ ଚାପ—ଏହି ତିନୋଟି କାରଣରେ ଗୋଟିଏ ପରିବାରର ଖୁସି ମୁହୂର୍ତ୍ତରେ ଲାଗିଲା ଅନ୍ଧକାର । ଭୁବନ ବିଜ୍ଞାପିତ ଅଞ୍ଚଳର ପୁରୁଣା ଥାନା ସମ୍ମୁଖରେ ରହୁଥିବା ପ୍ରେମଲତା ବେହେରା (ସ୍ଵାମୀ — ଅଜୟ ବେହେରା) ନିଜ ଶାଢୀରେ ନିଆଁ ଲଗାଇ ପୋଡ଼ିଗଲେ ।
ସୂଚନା ଅନୁସାରେ, ଅଜୟ ପୂର୍ବରୁ ଅଟୋ ଚଳାଉଥିଲେ, କିନ୍ତୁ ସେଥିରୁ ରୋଜଗାର ଅବସ୍ଥା ଖରାପ ହୋଇପଡ଼ିଥିଲା । ପରେ ଟ୍ରକ୍ ଡ୍ରାଇଭର ଭାବେ କାମ କଲେ ମଧ୍ୟ ଆୟ ସ୍ଥିର ହେଉନଥିଲା । ଏହିପଟେ, ପ୍ରେମଲତା ଏକ ଫାଇନାନ୍ସ କମ୍ପାନିରୁ ରୁଣ ନେଇଥିଲେ କିନ୍ତୁ କିସ୍ତି ସୁଝି ପାରିନଥିଲେ । ଲୋକଲଜ୍ଜା ଓ ମାନସିକ ଚାପରେ ସେ ଗତ ରବିବାର ରାତିରେ ନିଜକୁ ଅଗ୍ନିଦାହ କରିଥିଲେ ।
ପ୍ରଥମେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଗୁରୁତର ଅବସ୍ଥାରେ ପରେ କଟକକୁ ସ୍ଥାନାନ୍ତର କରାଗଲା । ଗତକାଲି ଫରେନସିକ୍ ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।