ଆଜି ପୁରୀ ଗସ୍ତ ରେ ଯାଇ ସେବାୟତ ଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

Talk Always Truth

ଆଜି ପୁରୀ ଗସ୍ତ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ପରିସ୍ଥିତି ଯୋଗୁଁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା। ଏହି ଘଟଣା ପରେ ସରକାର ଅବ୍ୟବସ୍ଥା କହି ବିରୋଧୀ ଘେରିଥିଲେ। ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ପୁରୀ ଗସ୍ତରେ ଯାଇଛନ୍ତି।


ଏହି ଗସ୍ତକାଳରେ ସେ ପ୍ରଶାସନିକ ବୈଠକ ଶେଷ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ସେବାୟତ ଓ ବିଭିନ୍ନ ନିଯୋଗ ସହ ଆଲୋଚନା ଜାରି ରଖିଛନ୍ତି। ପ୍ରଶାସନିକ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେବାୟତ ଓ ବିଭିନ୍ନ ନିଯୋଗ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସମସ୍ତ ନିଯୋଗର ବରିଷ୍ଠଙ୍କ ସହ ସାଂସଦ, ବ୍ରହ୍ମଗିରି, ପିପିଲି, ସତ୍ୟବାଦୀ ବିଧାୟକ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା, ସ୍ବତନ୍ତ୍ର ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି। ବାହୁଡ଼ାଯାତ୍ରା, ପାଇଁ କେମିତି ସୁରକ୍ଷିତାରେ କାମ ହବ ସେଥିପାଇଁ ଆଜି ପ୍ରଶାସନିକ ବୈଠକ ବସିଥିଲା ଆଗକୁ ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି। ଶୃଙ୍ଖଳିତ ଯାତ୍ରା, ଦର୍ଶନ ଏବଂ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି। 


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page