By -SUBHASMITA ସେପ୍ଟେମ୍ବର 19 2025
ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଆଇଫୋନ୍-୧୭ ଅବଶେଷରେ ଲଞ୍ଚ ହେବା ସହିତ ଯୁବପିଢିଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଲା । ଗତ ୬ ମାସ ଧରି ଅପେକ୍ଷା କରୁଥିବା ଆଇଫୋନ୍ ପ୍ରେମୀମାନେ ରାତି ଅଧରୁ ମଲ୍ ଆଗରେ ଲମ୍ବା ଧାଡ଼ି ଲଗାଇ ଥିଲେ ।
ଦିଲ୍ଲୀ ଓ ମୁମ୍ବାଇରେ ସୋରୁମ ଆଗରେ ଯୁବକ-ଯୁବତୀମାନେ ବ୍ୟାଗ ଓ ଖାଦ୍ୟ ସାମଗ୍ରୀ ନେଇ ସାରା ରାତି ଅପେକ୍ଷା କରିଥିଲେ । ସକାଳେ ଦ୍ୱାର ଖୋଲିବା ସହିତ ଉତ୍ସାହରେ ସୋରୁମକୁ ଦୌଡ଼ି ପଡ଼ିଲେ ଏବଂ ନୂଆ ଆଇଫୋନ୍-୧୭ ହାତରେ ଧରି ବାହାରିଲେ ।
ନୂଆ ‘କମଳା’ ରଙ୍ଗର ମଡେଲ୍ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଗ୍ରାହକମାନେ କହିଛନ୍ତି, ବ୍ୟାଟେରୀ ପର୍ଫରମାନ୍ସ ଓ କ୍ୟାମେରାରେ ପୂର୍ବତନ ଭର୍ସନ୍ଠାରୁ ବଡ଼ ପରିବର୍ତ୍ତନ ଆଣାଯାଇଛି
ଦେଶର ବିଭିନ୍ନ ରାଜ୍ୟରୁ, ଏକାଧିକ ଲୋକ ଗୁଜରାଟ ପର୍ଯ୍ୟନ୍ତରୁ ମଧ୍ୟ ଦିଲ୍ଲୀ ଓ ମୁମ୍ବାଇରେ ଥିବା ଷ୍ଟୋରରେ ଆସିଥିବା କଥା କହିଛନ୍ତି ।
ଆଇଫୋନ୍-୧୭ ଲଞ୍ଚ ସହିତ ପୁଣିଥରେ ପ୍ରମାଣ ହେଲା କି, ଭାରତରେ ଆପଲ୍ ପ୍ରୋଡକ୍ଟରେ ଯୁବପିଢିର ଆସକ୍ତି କେତେ ବେଶୀ ରହିଛି ।
Socialtalknews