
କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପ୍ରମୋଦକୁ ରିମାଣ୍ଡରେ ଆଣିପାରେ ପୋଲିସ । ଗତକାଲି ଡାକ୍ତରୀ ମାଇନା ପରେ କୋର୍ଟ ହାଜର କରିଥିଲା ପଟ୍ଟାମୁଣ୍ଡାଇ ପୋଲିସ । ଗିରଫ ଅଭିଯୁକ୍ତ ବୟ ଫ୍ରେଣ୍ଡ ପ୍ରମୋଦ ବେହେରା ମୋବାଇଲରୁ ମିଳିଛି ୫୦ ରୁ ଅଧିକ ଅଶ୍ଳୀଳ ଭଡିଓ ।
ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ସେ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା । ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି । ଏପର୍ଯ୍ୟନ୍ତ ମାମଲାରେ ଜଣେ ଅଭିଯୁକ୍ତ ଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।
ଚେନ୍ନାଇରୁ ଏକ ସ୍ବତନ୍ତ୍ର ପୋଲିସ ଟିମ ପ୍ରମୋଦକୁ ଗିରଫ କରି ପଟ୍ଟାମୁଣ୍ଡାଇ ଆଣିଛି । ପଟ୍ଟାମୁଣ୍ଡାଇ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ପଟ୍ଟାମୁଣ୍ଡାଇ JMFC କୋର୍ଟରେ ହଜାର କରାଯାଇଥିଲା। ଜାମିନ ଆବେଦନ ଖାରଜ ପରେ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଜେଲକୁ ୧୪ ଦିନ ପାଇଁ ପଠାଇ ଦିଆଯାଇଛି ।