socialtalknews

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ

ଅପରେସନ ସିନ୍ଧୁ ଲୋକଙ୍କୁ ଘରକୁ ଫେରାଇ ଆଣୁଛି। ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଇରାନ ଥରୁଥିବା ବେଳେ ଅପରେସନସିନ୍ଧୁ ଅଧୀନରେ ଇରାନରୁ ଉଦ୍ଧାର କରାଯାଇଥିବା ୧୧୦ ଜଣ ଭାରତୀୟ ଛାତ୍ର ଆର୍ମେନିଆର ୟେରେଭାନରୁ ଏକ ସ୍ୱତନ୍ତ୍ର ବିମାନରେ ସୁରକ୍ଷିତ ଭାବରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ ଇତିମଧ୍ଯରେ ଇରାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । 

ତେହେରାନରୁ ପ୍ରଥମ ପର୍ଯ୍ଯାୟରେ ୧୧୦ ଭାରତୀୟଙ୍କୁ ଉଦ୍ଧାର କରି ଏକ ବିମାନ ନୂଆଦିଲ୍ଲୀରେ ଅବତରଣ କରିଛି । ଆଉ ଭାରତ ମାଟିରେ ପାଦ ଦେବା ପରେ ଭାରତ ସରକାରଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ବୋଲି ନିଜକୁ ଗର୍ବ କରି ଇରାନର ଯୁଦ୍ଧ ପରିସ୍ଥିତି ବାବଦରେ ବଖାଣିଛନ୍ତି ଇରାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ।

ଭାରତ ଫେରିଥିବା ଜଣେ ଏମବିବିଏସ ଛାତ୍ରୀ କହିଛନ୍ତି- ଆମେ ଆମ ଦେଶକୁ ଫେରି ଆସି ବହୁତ ଖୁସି । ସେଠାରେ ପରିସ୍ଥିତି ବହୁତ ଖରାପ । ଇରାନ ଉପରେ କେମିତି କ୍ଷେପଣାସ୍ତ୍ର ମାଡ ହେଉଥିଲା ଏବଂ କେମିତି ତାକୁ ପ୍ରତିରୋଧ କରାଯାଉଥିଲା ସେସବୁ ଆମେ ନିଜ ଆଖିରେ ଦେଖିଛୁ । ଆମକୁ ସେଠାରୁ ମୁକୁଳାଇ ଆଣିଥିବାରୁ ଆମେ ସରକାରଙ୍କ ନିକଟରେ କୃତଜ୍ଞ..

ଅନ୍ୟପଟେ ଇରାନରୁ ଫେରି ଜଣେ ଭାରତୀୟ ନାଗରିକ କହିଛନ୍ତି- ଯେତେବେଳେ ଭାରତ ସରକାର କହିଲେ ଯେ, ସେମାନେ ଆମକୁ ଘରକୁ ନେଉଛନ୍ତି, ସେତେବେଳେ ମୋତେ ଲାଗିଲା ଯେମିତି ମୁଁ ମୋ ମାଆକୁ ଦେଖୁଛି। ଭାରତ ଫେରି ଆସିବା କଥା ଶୁଣି ମୁଁ ବହୁତ ଖୁସି ଅନୁଭବ କଲି.. ଇରାନରେ ଯୁଦ୍ଧର ଘନଘଟା, କେତେବେଳେ କ’ଣ ଘଟିବ ତାହା ଅନିଶ୍ଚିତ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା, ଆମେ ରହୁଥିବା ପାଖପାଖି ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ବୈଦେଶିକ ମନ୍ତ୍ରଣାଳୟ ଏବଂ ଇରାନରେ ଥିବା ଭାରତୀୟ ଦୂତାବାସ ଆମକୁ ବହୁତ ସାହାଯ୍ୟ କରିଛନ୍ତି ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More