ଭୁବେନେଶ୍ୱର : ଆଜିକାଲି ଲୋକ ମାନେ ଧୀରେ ଧୀରେ ଅଳସୁଆ ହେଇଗଲେଣି! ସାଧାରଣତଃ ସହଜ ଉପାୟକୁ ଆପଣାଇଛନ୍ତି ତେବେ ଏହି ସହଜ ଉପାୟ ଯେ ଗୋଟେ ବ୍ୟକ୍ତିର ଜୀବନକୁ ଆଳସ୍ୟ କରିଦେଉଛି ତାହା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି ! ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । ଏହି ସପିଂ ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଅନ୍ଲାଇନ୍ ସପିଂ ଆଣୁଛି ଅବସାଦ, ନିତିଦିନିଆ ଅଭ୍ୟାସ ବିଗାଡ଼ିଦେଉଛି |ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସମସ୍ତେ ପ୍ରାୟ ଅନ୍ଲାଇନ୍ ଉପରେ ନିର୍ଭର କରୁଛନ୍ତି । ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । କମ୍ପାନିମାନେ ଅନ୍ଲାଇନ କିଣାବିକା ପ୍ରତି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଲୋଭନୀୟ ଅଫର୍ ଦେଉଛନ୍ତି । ଫଳରେ ଲୋକେ ଘରେ ବସି ସପିଂ କରିବାକୁ ଇଚ୍ଛା କରୁଛନ୍ତି । ତେବେ ଏହି ସପିଂର ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ସମୟ ବଞ୍ଚାଇବା ସହ ଲୋଭନୀୟ ଅଫରର ଫାଇଦା ନେବାକୁ ଆପଣ ଅନ୍ଲାଇନ୍ ସପିଂ ଉପରେ ନିର୍ଭରଶୀଳ କି ? ପ୍ରତିଦିନ, ପ୍ରତି ସପ୍ତାହରେ ଆମାଜନ, ଫ୍ଲିପ୍କାର୍ଟ ଭଳି ପ୍ଲାଟଫର୍ମରୁ କିଣୁଛନ୍ତି କି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହ ଡ୍ରେସ୍ ଓ ଘରକରଣା ସାମଗ୍ରୀ ? ତେବେ ହୋଇଯାଆନ୍ତୁ ସାବଧାନ, ଏଭଳି ଅଭ୍ୟାସରୁ ରୁହନ୍ତୁ କ୍ଷାନ୍ତ । ନଚେତ ଆପଣଙ୍କ ମାନସିକ ସ୍ଥିରାବସ୍ଥା ହୋଇପାରେ ପ୍ରଭାବିତ । ଆପଣ ହୋଇପାରନ୍ତି ବାଇଂ ସପିଂ ଡିସଅର୍ଡର ବା ବିଏସ୍ଡି ପରି ରୋଗର ଶିକାର । ଏହା ଏକ ପ୍ରକାର ଗୁରୁତର ମାନସିକ ସ୍ବାସ୍ଥ୍ୟ ସମସ୍ୟା । ଏହି ରୋଗ ହେଲେ ଅତ୍ୟଧିକ ଚିନ୍ତା, ମାନସିକ ଅବସାଦ, ଅସ୍ଥିରତା ଭଳି ଲକ୍ଷଣ ଦେଖାଯାଏ । ଏକୁଟିଆ ରହିବା ଦ୍ୱାରା ହିଁ ଜଣେ ଅନ୍ଲାଇନ୍ ସପିଂର ଆଶ୍ରୟ ନେଇଥାଏ । ବାରମ୍ବାର ଅନ୍ଲାଇନ୍ ସପିଂ କିଛି ଦିନରେ ନିଶାରେ ପରିଣତ ହୋଇଯାଏ । ସପିଂ ଡିସଅର୍ଡରକୁ ଡାକ୍ତରୀ ଭାଷାରେ ଓନିଓମାନିଆ ବା ସିବିଡି ବୋଲି କୁହାଯାଏ । ଏହା ଏପରି ଏକ ମାନସିକ ଅବସ୍ଥା ଯାହା ଦ୍ୱାରା ଆବଶ୍ୟକ ନଥିଲେ ମଧ୍ୟ ବ୍ୟକ୍ତି ଜଣକ ଟଙ୍କା ଖର୍ଚ୍ଚ କରିବା ସହ ଏଣୁତେଣୁ ଜିନିଷ କ୍ରୟ କରିଥାଏ ଓ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ନେଇ ଚିନ୍ତା କରିଥାଏ । ଅନ୍ଲାଇନ୍ ସପିଂ ପାଇଁ ମୁଖ୍ୟତଃ ଆଧୁନିକ ଜୀବନଶୈଳୀ ହିଁ ଦାୟୀ । ସମୟର ଘୋର ଅଭାବ ହିଁ ବ୍ୟକ୍ତିକୁ ବଜାରକୁ ଯିବା ପାଇଁ ବାରଣ କରିଥାଏ । ଫଳରେ ଜଣେ ବ୍ୟକ୍ତି ଅନ୍ଲାଇନ୍ ସପିଂରେ ଫସିଯିବା ସହ ଏଥିରୁ ମୁକୁଳିବାର ବାଟ ପାଏନାହିଁ ।

ବିମାନବନ୍ଦରରୁ ମିଳିଲା :
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର