ଅଦିନିଆ ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

Talk Always Truth

By Social Talk Team
Published 18.08.2025

ପୁରୀ ଶ୍ରୀକ୍ଷେତ୍ର ଧାମ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ l ଏଠାରେ ପାଳନ ହେଉଥିବା ରୀତିନୀତି ଅନୁଯାୟୀ ଅନ୍ୟ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମୁଖ୍ୟତଃ ନିୟମ ଅନୁସାରେ ହିଁ ପୂଜାବିଧି ସମ୍ପାଦନ କରିଥାନ୍ତି l କିନ୍ତୁ କିଛି ବର୍ଷ ହେବ ଇସ୍କନ ଦ୍ଵାରା ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ଦେଖିବାକୁ ମିଳିଛି, ଯାହାକି ପ୍ରତିଟି ଜଗନ୍ନାଥ ପ୍ରେମୀ ଓ ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ କରିଛି l ତେଣୁ ଏହିପରି ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ l ନିଜ ପ୍ରତିକ୍ରିୟାରେ ଶଙ୍କରାଚାର୍ଯ୍ୟ କହିଛନ୍ତି ହିନ୍ଦୁ ମାନେ ଇସ୍କନ ଉତ୍ଥାନର ପ୍ରମୁଖ କାରଣ l କିନ୍ତୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରି ସନାତନ ଧର୍ମ ପ୍ରତି ଅପମାନ ପ୍ରଦର୍ଶନ କରିବା ସହ ନିଜେ ନୂଆ ପରମ୍ପରା ନାମରେ ଅପସଂସ୍କୃତି ସୃଷ୍ଟି କରୁଛି l ସେହିପରି ଦୀଘାଠାରେ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମର ନାମ ଦେଇ ପ୍ରଚାର ଓ ପ୍ରସାର କରିବାରେ ମୁଖ୍ୟ ଲକ୍ଷ୍ୟ ହେଉଛି ଅର୍ଥନୈତିକ ବ୍ୟବସାୟ, ଆଧ୍ୟତ୍ମିକତା ନୁହ l ପୁରୀକୁ ପ୍ରତିଦିନ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଏଠାରେ ରହିବା ସହ ବିଭିନ୍ନ ଜିନିଷ ପତ୍ର ପୂଜା ସମାଗ୍ରୀ କିଣିଥାନ୍ତି l ଫଳରେ ଆମ ରାଜ୍ୟର ଅର୍ଥନୀତିକୁ ବଳ ମିଳେ l କିନ୍ତୁ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ଏହାକୁ ବନ୍ଦ କରିବା ସହ ବଙ୍ଗାଳୀ ଲୋକଙ୍କ ଭାବାବେଗକୁ ଧକ୍କା ଦେବା ପାଇଁ କରୁଥିବା ଯୋଜନାରେ ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ରୂପେ ଇସ୍କନ ରହି ଏହାକୁ ସମର୍ଥନ କରିବାର କାରଣ କଣ? ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ଯ ପ୍ରଶ୍ନ କରି କହିଛନ୍ତି ସାରା ଦେଶରେ ଗୋଟିଏ ଦିନରେ ଯଦି ଇସ୍କନ ଜନ୍ମାଷ୍ଟମୀ ପାଳନ କରୁଛି ତେବେ ଅଦିନିଆ ରଥଯାତ୍ରା କଣ ପାଇଁ ଆୟୋଜନ କରୁଛି? ଯେଉଁପରି ଭାବେ ସାରା ଭାରତରେ ଗୋଟିଏ ଦିନ ପାଳନ କରିବା ପାଇଁ ଲେଖିଛନ୍ତି ଠିକ୍ ସେହିପରି ସାରା ବିଶ୍ୱରେ ମଧ୍ଯ ଗୋଟିଏ ଦିନରେ ରଥଯାତ୍ରା ପାଳନ କରିବା ପାଇଁ ଲିଖିତ ଆକାରରେ ଦିଅନ୍ତୁ l ତତ୍ ସଙ୍ଗେ ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିର ପାଇଁ ଧାମ ଶଦ୍ଦ ବ୍ୟବହାର କିପରି କରା ନ ହେବ ସେ ଦିଗରେ ଇସ୍କନ ପଦେକ୍ଷପ ଗ୍ରହଣ କରୁ ବୋଲି ମତବ୍ୟକ୍ତ କରିଛନ୍ତି l

ସୋସିଆଲ ଟକ୍


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page